ବିରି ( Green Gram ) ରେ ରୁପି ସମସ୍ୟା ର ସମାଧାନ କରନ୍ତୁ

ଆଜି କାଲି ରୁପି ଏକ ସାଧାରଣ ସମସ୍ୟା | ଅନେକ ଯୁବ ପିଢ଼ି ରୁପି ସମସ୍ୟା ରେ ଅସୁବିଧା ଭୋଗୁଛନ୍ତି | ରୁପି ଲାଗି ସ୍କିନ କୁଣ୍ଡେଇ ହବା ଏବଂ ଚୁଟି ଝଡ଼ିବା ଆଦି ସମସ୍ୟା ଦେଖା ଦେଇ ଥାଏ | ରୁପି ସମସ୍ୟା ର ସମାଧାନ ପାଇଁ ଆମେ ବହୁତ କିଛି ଆପଣେଇ ଥାଉ | ଆଜି ଏକ ଘରୋଇ ଉପଚାର ବିଷୟରେ ଜାଣିବା |

ଆପଣ ଜାଣିଛନ୍ତି କି “ବିରି” ( Green Gram ) ସାହାଯ୍ୟ ରେ ମଧ୍ୟ ଆମେ ରୁପି ର ସମାଧାନ କରି ପରିବା | ଏହା ଏକ ଘରୋଇ ଉପଚାର ଏବଂ ସବୁଠୁ ବଡ କଥା ଏଥିରେ କିଛି Chemical ର ବେବହାର ନାଇଁ | ରୁପି ର ସମାଧାନ ପାଇଁ ଆମେ ଅନେକ Chemical ର ବେବହାର ମଧ୍ୟ କରି ଥାଉ, ଯାହା କି ଚୁଟି ପାଇଁ ଖେତିକାରକ ହୋଇଥାଏ | ଏହା ସହିତ ଆମେ କିଛି ଶାମ୍ପୂ ର ବେବହାର ମଧ୍ୟ କରି ଥାଉ ଯାହା କି ମଧ୍ୟ Chemical ରେ ଭରପୁର ଥାଏ |

“ବିରି” ( Green Gram ) ଯାହା କି ଆମ ରୋଷେଇ ଘରେ ସହଜ ରେ ମିଳି ଥାଏ | ଆଉ ଏହା ସମ୍ପୂର୍ଣ Natural Product |

ଏବେ ଜାଣିବା କେମିତି “ବିରି” ( Green Gram ) କୁ ବେବହାର କରି ରୁପି ର ସମାଧାନ କରି ପରିବା |
  • ଆମ ଚୁଟିର Density ଅନୁସାରେ ଆମେ “ବିରି” ( Green Gram ) କୁ 6 -7 ଘଣ୍ଟା ପାଣି ରେ ଭିଜେଇ କି ରଖିବା |
  • ତା ପରେ ଏହାକୁ ଏକ ପେଷ୍ଟ ରେ ରୂପାନ୍ତର କରିବା |
  • ଏହି ପେଷ୍ଟ କୁ ଚୁଟି ରେ ଲଗେଇବା ଆଗରୁ ଚୁଟି କୁ ଅଳ୍ପ ଉଷୁମ ପାଣି ରେ |
  • ଧ୍ୟାନ ରଖିବା ଯେମିତି ପାଣି ଅଳ୍ପ ଉଷୁମ ଥାଏ, ଅଧିକ ଉଷୁମ ପାଣି ଚୁଟି ପାଇଁ ଖେତିକାରକ ହେଇପାରେ |
  • ସେଇ ପେଷ୍ଟ କୁ ପାଖାପାଖି 10 min ରଖିବା |
  • ଏହାକୁ ଧୋଇବା ପାଇଁ ଆମେ ଥଣ୍ଡା ପାଣି ର ବେବହାର କରିବା, ଶାମ୍ପୂ ସାହାଯ୍ୟ ରେ ଏହାକୁ ଧୋଇବା ନାହିଁ |
  • ଏହାକୁ ଆମେ ସପ୍ତାହ ରେ 2/3 ଥର ବେବହାର କରି ପରିବା |
ଏହା ଛଡା ଆଉ ଏକ ଉପାୟ ରେ ମଧ୍ୟ ଆମେ “ବିରି” ( Green Gram ) କୁ ବେବହାର କରିପାରିବା |
  • “ବିରି” ( Green Gram ) ର ପାଉଡର ପ୍ରଥମେ ବନେଇ ଦେବା |
  • ସେଇ ପାଉଡର କୁ ଦହି ସହ ମିଶେଇ ଚୁଟି ର ମୂଳ ରେ ଲଗେଇବା |
  • ଯେମିତି କି ମିଶ୍ରଣ ଟି Scalp ରେ ଲାଗିବ |
  • ଏହାକୁ 15-20 min ରୁ ରଖିବା |
  • ତାପରେ ଏହାକୁ ଥଣ୍ଡା ପାଣି ରେ ଧୋଇ ନେବା |
  • ଏହି ପ୍ରକ୍ରିୟା କୁ ସପ୍ତାହ କୁ ଥରେ ବେବହାର କରିବା |
  • “ବିରି” ( Green Gram ) ର ଚୁଟି ପାଇଁ କଣ ଲାଭ ଦାୟକ ହୋଇଥାଏ?
  • ଏହା ର ବେବହାର ରେ ରୁପି ଯୋଗୁ ହେଉଥିବା Flake ସ୍କିନ ଭଲ ହୋଇଥାଏ |
  • ରୁପି ଯୋଗୁ ହୋଇଥିବା Scalp କୁଣ୍ଡେଇ ହବ ମଧ୍ୟ ଭଲ ହୋଇଥାଏ |
  • “ବିରି” ( Green Gram ) ରେ ଥିବା Vitamin B ଚୁଟି ପାଇଁ ଅନେକ ଲାଭ ଦାୟକ ହୋଇଥାଏ |
  • ଏହା ଚୁଟି ର Moisture ମଧ୍ୟ ବଢେଇ ଥାଏ |

ଏହି ସବୁ ପ୍ରକ୍ରିୟା ସାହାଯ୍ୟ ରେ ଆମେ “ବିରି” ( Green Gram ) ମାଧ୍ୟ୍ୟମ ରେ ରୁପି ଭଲ କରି ପରିବା | ଏହି ଘରୋଇ ଉପଚାର ଯାହାକି ବିନା Chemical ଏବଂ ଅଳ୍ପ ଖର୍ଚ ରେ ରୁପି ର ସମାଧାନ କରିପାରିବ |

Prakash Adhikari

Prakash Adhikari is the SEO expert and founder of 'PabanZone'. He is a full stack developer. Love to write all your favorite stuff. If you have any suggestion I will welcome that. Contact us if any suggestion from you.

Leave a Reply

Your email address will not be published. Required fields are marked *